Miners Odisha

Top Menu

  • About
  • Contact

Main Menu

  • Home
  • INDUSTRY
  • INTERNATIONAL
  • ODISHA
  • NATIONAL
  • BUSINESS
  • CRIME
  • SPORTS
  • ENTERTAINMENT
  • POLITICS
Tuesday, August 19, 2025, Login
  • About
  • Contact

Miners Odisha

Header Banner

Miners Odisha

  • INDUSTRY
  • INTERNATIONAL
  • ODISHA
  • NATIONAL
  • BUSINESS
  • Others
    • CRIME
    • SPORTS
    • ENTERTAINMENT
    • POLITICS
  • ‘ହୀରା’

  • ଲୋହିତ ହୀରାର ଦେଶ

  • BUDGET ESTIMATION FOR GOLD,COPPER,PLATINUM,TANTALUM & NIOBIUM IN SOMALILAND

  • MINES AUCTION

  • IRON AND STEEL

  • Les Baux, the Home of Bauxite

  • Why is India facing a coal shortage?

ODISHA
Home ›› ODISHA ››‘ହୀରା’

‘ହୀରା’

2021-10-06 06:39:41
6145
Share:
Facebook
Twitter
E-Mail
WhatsApp
Telegram
‘ହୀରା’


‘ହୀରା’, ଏହି ଦୁଇଟି ଅକ୍ଷର ବିଶିଷ୍ଟ ଶଦ୍ଧଟିର ଯାଦୁକରୀ ଶକ୍ତି ଅନେକ । ଏହା ହେଉଛି ଅତି ଉନ୍ନତ ଏବଂ ଚମକôାରୀତାର ପ୍ରତୀକ । ଯେମିତି କି କଥାରେ କୁହନ୍ତି “ହୀରା ଭଳିଆ ଲୋକଟି”, ଅର୍ଥାତ ଲୋକଟିର ଗୁଣ ଅନ୍ୟ ସଭିଙ୍କଠାରୁ ଭଲ । ପୃଥିବୀରେ ମିଳୁଥିବା ଅସଂଖ୍ୟ ପ୍ରକାରର ପଥର ମଧ୍ୟରେ କେତେକ ପଥର ଅଛି ଯାହାକି ସେମାନଙ୍କର ରୂପ, ଗୁଣ, ରଙ୍ଗ ଇତ୍ୟାଦି ଦୃଷ୍ଟିରୁ ଅତୁଳନୀୟ । ଏଗୁଡ଼ିକ ଆମ୍ଭମାନଙ୍କୁ ଆକର୍ଷଣ କରିଥାଏ । ଏହି ଜାତୀୟ ପଥରଗୁଡ଼ିକୁ ମୂଲ୍ୟବାନ ପ୍ରସ୍ତର ବା (ଏରଜ୍ଞ ଗ୍ଦଗ୍ଧକ୍ଟଦ୍ଭର ) କୁହାଯାଏ, ଯଥା – ହୀରା, ମାଣିକ, ନୀଳା, ଇତ୍ୟାଦି ଆହୁରି ଅନେକ ।

    ଇତିହାସରୁ ଜଣାଯାଏ ଯେ ଏହି ମୂଲ୍ୟବାନ ପଥରର ବ୍ୟବସାୟ ୧୮୬୦ ମସିହା ପରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଦକ୍ଷିଣ ଆଫ୍ରିକା, ଭାରତ, ବ୍ରାଜିଲ, ଶ୍ରୀଲଙ୍କା, ଶ୍ୟାମ ବା ମିୟାଁମାର ଏବଂ ଅଷ୍ଟ୍ରେଲିଆ, ଋଷିଆ, ଇତ୍ୟାଦି ଦେଶଗୁଡ଼ିକ ମୂଲ୍ୟବାନ ପଥର ବ୍ୟବସାୟ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ଶ୍ରୀଲଙ୍କା ଏବେ ସୁଦ୍ଧା ନିଜ ଦେଶରୁ ଉବଗ୍ଧ’ଗ୍ଦ ରଚ୍ଚର, ଝବକ୍ଟ୍ରକ୍ଟ୍ରଷସକ୍ସର ବଦ୍ଭୟ ଜଙ୍କଭଚ୍ଚ ରପ୍ତାନୀ କରି ବହୁପରିମାଣରେ ବୈଦେଶିକ ମୁଦ୍ରା ଅର୍ଜ୍ଜନ କରୁଅଛି । ପୂର୍ବକାଳରେ ଅର୍ଥାତ ରାଜାରାଜୁଡ଼ାଙ୍କ ସମୟରେ ମୂଲ୍ୟବାନ ପଥର ଅନୁସନ୍ଧାନ କରିବା ଏବଂ ଖୋଳିବା, ରାଜାଙ୍କର ବିନା ଅନୁମତିରେ ହୋଇପାରୁନଥିଲା । ଏହା ଥିଲା କେବଳ ରାଜାଙ୍କର ସମ୍ପତ୍ତି । 

    ଦେଢଶହ ବର୍ଷ ପୂର୍ବେ ବ୍ରାଜିଲ୍ ହୀରା ବ୍ୟବସାୟ କ୍ଷେତ୍ରରେ ଭାରତର ଏକ ବଡ଼ ପ୍ରତିଯୋଗୀ ଭାବେ ମୁଣ୍ଡ ଟେକିଲା । ବ୍ରାଜିଲ୍ର ମିନାସ୍ ଗେରାସ୍ ନାମକ ଏକ ଅଗମ୍ୟ ଜଙ୍ଗଲିଆ ଯାଗାରୁ ଖୁବ୍ ସୁନ୍ଦର ହୀରାଖଣ୍ଡମାନ ମିଳିଲା । ସେତେବେଳେ ବ୍ରାଜିଲ୍ ପର୍ତ୍ତୁଗୀଜ୍ମାନଙ୍କ ଅଧିନରେ ଥିଲା । ତେଣୁ ପର୍ତ୍ତୁଗୀଜମାନେ ହୀରା ବ୍ୟବସାୟରୁ ପ୍ରଚୁର ଲାଭ ଉଠାଇପାରିଥିଲେ ।

    ମୂଲ୍ୟବାନ ପଥରର ଦାମ୍ ନିର୍ଭର କରେ ତାହାର ସୌନ୍ଦର୍ଯ୍ୟ, ଗୁଣ, ରଙ୍ଗ, ଶୁଦ୍ଧତା, ଦୁର୍ଲଭତା ଏବଂ ସର୍ବୋପରି ତାହାର ଓଜନ ଉପରେ । ମୂଲ୍ୟବାନ ପଥର କିଣିବା ନିମନ୍ତେ ବହୁ ସାବଧାନତା ଆବଶ୍ୟକ ନଚେତ୍ ଖୁଣ ରହିଥିବା ବା କୃତ୍ରିମ ପଥରଟିଏ ନେଇ ଗ୍ରାହକ ଘରକୁ ଲେଉଟିବ । କଟା ହୋଇ ନଥିବା ମୂଲ୍ୟବାନ ପଥରର ଖୁଣ ସହଜରେ ଧରାପଡ଼ିନଥାଏ । ଯଦିବା ପଥରରେ କୌଣସି ଖୁଣ ଥାଏ, ବିକ୍ରେତା ଏପରି କୌଶଳରେ ତାହାକୁ ଦେଖାଏ ଯାହାଦ୍ୱାରା କି କ୍ରେତାଙ୍କର ଦୃଷ୍ଟିରେ ଖୁଣ ସହଜରେ ଧରା ପଡ଼ିନଥାଏ । ପୂର୍ବରୁ କେବଳ ଅଭିଜ୍ଞତା ଉପରେ ନିର୍ଭର କରି ଆମ ଦେଶରେ ବ୍ୟବସାୟୀମାନେ ମୂଲ୍ୟବାନ ପଥରକୁ ପରୀକ୍ଷା କରୁଥିଲେ । ବର୍ତ୍ତମାନ ମୂଲ୍ୟବାନ ପଥରର ପରୀକ୍ଷା ଯାନ୍ତ୍ରୀକ ପଦ୍ଧତିରେ ହେଉଅଛି । ଏଥିପାଇଁ ଅମ ତୁମ ଦେଶ ତଥା ରାଜ୍ୟରେ ବହୁ ମୂଲ୍ୟବାନ୍ ବୈଜ୍ଞାନିକ ଯନ୍ତ୍ରପାତି ରହିଛି କିନ୍ତୁ  ତାଲିମ୍ପ୍ରାପ୍ତ ଲୋକକଙ୍କର ଅଭାବ ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ ।

    ପୂର୍ବ ଯୁଗରେ ଲୋକେ ହୀରାକୁ ନ କାଟି ବା ପାଲିସ୍ ନ କରି ସେମିତି ପିନ୍ଧୁଥିଲେ । ଅତି ଜୋରରେ ହୀରାର କେବଳ ଉପର ଅଂଶଟିକୁ ଘସି, ପାଲିସ୍ କରି ପିନ୍ଧୁଥିଲେ । ପ୍ରକୃତ୍ତିରେ ମିଳୁଥିବା ହୀରା କଟା ହୋଇଥିବାପରି ଚାରିକୋଣିଆ । ୧୫୨୦ ମସିହାରେ ପ୍ରଥମେ ହୀରା ଗୋଲାପପରି କଟା (ଜକ୍ଟଗ୍ଦର ଉଙ୍କଗ୍ଧ) ହୋଇ ବଜାରକୁ ଆସିଲା । ତାହାପରେ ଫ୍ରାନସ୍ର ସମ୍ରାଟ୍ ଲୁଇ ୧୩ଙ୍କ ରାଜତ୍ୱ କାଳରେ ହୀରା ଈକ୍ସସକ୍ଷକ୍ଷସବଦ୍ଭଗ୍ଧ ମଙ୍କଗ୍ଧ ହୋଇ ବଜାରରେ ବିକ୍ରୟ ହେଲା । କାଡର଼୍ିନାଲ ମାଜାରିନ୍ ପ୍ରଥମେ ହୀରାକୁ ଏହି ପ୍ରକାରରେ କାଟିଥିଲେ । ଏହି ପ୍ରକାର ଈକ୍ସସକ୍ଷକ୍ଷସବଦ୍ଭଗ୍ଧ ମଙ୍କଗ୍ଧ ହୀରାର ସୌନ୍ଦର୍ଯ୍ୟକୁ ସବୁଠାରୁ ବେଶି ବଢାଇଥାଏ । ଏ ଯାବତ୍ ପୃଥିବୀବାସୀ ଏହି ପ୍ରକାର କଟାଯାଇଥିବା ହୀରାକୁ ବେଶି ପସନ୍ଦ କରିଥାଆନ୍ତି । ଏହି ପ୍ରକାର କଟାଯାଇଥିôବା ହୀରାର କାରୀଗର ଚେଷ୍ଟା କରି ଯେତେ ବେଶି ସମ୍ଭବ କୋଣ ବାହାର କରିଥାଏ,  ଯାହାଦ୍ୱାରା କି ଆଲୋକର କିରଣ ପ୍ରତ୍ୟେକଟି କୋଣରୁ ପ୍ରତିଫଳିତ ଓ ପ୍ରତିସରିତ ହୋଇ ଆଖି ଝଲସାଇ ଦିଏ । ମୂଲ୍ୟବାନ ପଥରରେ ବ୍ୟବସାୟ କରୁଥିବା ବେପାରୀ କେବଳ ଏକ ମଧ୍ୟସ୍ଥି ଭଳି ଅଳଙ୍କାର ନିର୍ମାତାକୁ ପଥର ବିକ୍ରୟ କରିଥାଏ । ବର୍ତ୍ତମାନ ଯୁଗରେ ଅଳଙ୍କାର ବ୍ୟବସାୟୀ ପୃଥିବୀରେ ଉପôାଦିତ ହେଉଥିବା ପ୍ରାୟ ସବୁ ମୂଲ୍ୟବାନ ପଥର କିଣିନେଇଥାଆନ୍ତି । ମୂଲ୍ୟବାନ ପଥର ଏବଂ ଅଳଙ୍କାର, ଏ ଦୁହେଁ ପରସ୍ପର ଅନୂପୂରକ ବା ବିଶେଷ ଭାବେ ଜଡ଼ିତ ।

    ମୂଲ୍ୟବାନ ପଥର ବ୍ୟବସାୟର କେତେକ ନିର୍ଦ୍ଧିଷ୍ଟ ବିଶେଷତ୍ୱ ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ବେପାରରେ ଦେଣନେଣ କୌଣସି ଲିଖିତ ନଥି ବିନା ହୋଇଥାଏ । ଏହି ବ୍ୟବସାୟ ନିମନ୍ତେ ଲକ୍ଷ ଲକ୍ଷ ଏବଂ ଆବଶ୍ୟକସ୍ଥଳେ କୋଟି କୋଟି ମୁଦ୍ରାର ପ୍ରୟୋଜନ ଥାଏ । ମୋଟାମୋଟି ଭାବେ ଏହି ବ୍ୟବସାୟ ବିଶ୍ୱାସ ଉପରେ ନିର୍ଭର ରଖି କରାଯାଏ । ଭାରତୀୟ ବ୍ୟବସାୟୀମାନେ ପଥର ବ୍ୟବସାୟରେ ପୃଥିବୀ ବିଖ୍ୟାତ ଏବଂ ସବୁ ସ୍ଥାନରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଲଣ୍ଡନଠାରେ ପ୍ରତ୍ୟେକ ମାସରେ ହୀରା ବାଣିଜ୍ୟ ନିଗମ ଅଥବା ଊଞଉଉ (ଊସବଜ୍ଞକ୍ଟଦ୍ଭୟ ଞକ୍ସବୟସଦ୍ଭଶ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ )ଦ୍ୱାରା ହେଉଥିôବା ନିଲାମରେ ଯେଉଁ ୨୦୦ ବ୍ୟବସାୟୀ ଅଂଶ ଗ୍ରହଣ କରନ୍ତି ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ଜାପାନୀ ବ୍ୟବସାୟୀ ଥିବା ସ୍ଥଳେ, ୪୦ ଜଣ ଭାରତୀୟ ବ୍ୟବସାୟୀ ଥାଆନ୍ତି । ବିଶ୍ୱ ବଜାରରେ ଭାରତୀୟ ବ୍ୟବସାୟୀମାନେ ଆଣ୍ଟୱାର୍ପ, ଲଣ୍ଡନ୍, ନିଉୟର୍କ, ହଂକଂ ପ୍ରଭୃତି ସ୍ଥାନମାନଙ୍କରେ ସେମାନଙ୍କର ଦପ୍ତରମାନ ସ୍ଥାପନ କରିଅଛନ୍ତି । ଏହି ବ୍ୟବସାୟୀମାନଙ୍କର ବୈଶିଷ୍ଟ୍ୟ ହେଉଛି ଯେ ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ ଦପ୍ତର ଗୋଟିଏ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୁଏ । ଉଦାହରଣସ୍ୱରୂପ ଲଣ୍ଡନଠାରେ ଜଣେ କଟା ନ ହୋଇଥିବା ହୀରା କିଣି ମୁମ୍ବାଇସ୍ଥିତ ତାହାର ଭାଇ ପାଖକୁ ପଠାଏ, ଯିଏକି ତାକୁ କାଟି ସାରିବା ପରେ ଆଣ୍ଟୱାର୍ପ ସ୍ଥିତ ଅନ୍ୟ ଏକ ଭାଇ ପାଖକୁ ଚାଲାଣ କରେ ଏବଂ ସେ ନିଉୟର୍କ ଏବଂ ହଂକଂଠାରେ ପ୍ରତିଷ୍ଠିତ ଅନ୍ୟ ଭାଇମାନଙ୍କର ଦପ୍ତରକୁ ଏହାର ବଜାର ଖୋଜିବା ପାଇଁ ଆବଶ୍ୟକୀୟ ନିଦେ୍ର୍ଧଶମାନ ପଠାଇଥାଏ । ଏହି ପଥର ବ୍ୟବସାୟରେ ଆବଶ୍ୟକ, ବ୍ୟକ୍ତିଗତ ଯନô ଏବଂ ଅତୁଟ ବିଶ୍ୱାସ । କେବଳ ଗୋଟିଏ ପରିବାର ଦ୍ୱାରା ଏହା ସମ୍ଭବ । ଏହା ମଧ୍ୟ ଏକପ୍ରକାରର ଜାତିଗତ ବୃତ୍ତି । ମୂଲ୍ୟବାନ ପଥର ଏବଂ ଜହରତ୍ ରପ୍ତାନୀ ପରିଷଦ (ଏରଜ୍ଞ ବଦ୍ଭୟ ଔରଙ୍ଗରକ୍ଷକ୍ଷରକ୍ସଚ୍ଚ ଋଙ୍ଘକ୍ଟ୍ରକ୍ଟକ୍ସଗ୍ଧ ଚକ୍ସକ୍ଟଜ୍ଞକ୍ଟଗ୍ଧସକ୍ଟଦ୍ଭ ଉକ୍ଟଙ୍କଦ୍ଭମସକ୍ଷ, ଗଙ୍କଜ୍ଞଭବସ) ରେ ଥିବା ପ୍ରାୟ୪୦୦୦ ସଭ୍ୟଙ୍କ ମଧ୍ୟରେ ଶତକଡ଼ା ୫ ଭାଗରୁ କମ୍ ସଭ୍ୟ ଥିବେ ଯେ କି ପାଲାନ୍ପୁରୀ ଜୈନ ସମାଜର ହୋଇନଥିବେ । ଏହି ଜୈନ ସମ୍ପ୍ରଦାୟ ହେଉଛି ଏକ ଛୋଟ ଧାର୍ମିକ ହିନ୍ଦୁ ସମ୍ପ୍ରଦାୟ ଯାହାର କି ଉପôତ୍ତି ହେଉଛି ଗୁଜରାଟ ଏବଂ ରାଜସ୍ଥାନ ସୀମାବର୍ତ୍ତୀ ପାଲାନ୍ପୁର ଗ୍ରାମରୁ ବିଶେଷଭାବେ ସାତଟି ପରିବାର ଏହି ବ୍ୟବସାୟରେ ଭାରତ ବର୍ଷରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ଏମାନେ ବେଶି ଭାଗ ହୀରା ରପ୍ତାନୀର ନିୟନ୍ତ୍ରଣ ନିଜ ହାତରେ ରଖିଥାନ୍ତି । ଏହି ସାତଜଣ ହେଲେ ପାଲାନ୍ପୁରୀ ଜୈନ ।

    ହୀରା ଏବଂ ଜହରତ୍ ବଜାରକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ (୧) ଦେଶୀୟ ବଜାର ଏବଂ (୨) ଆନ୍ତର୍ଜାତୀୟ ବଜାର  ।

    ବିଶ୍ୱ ଜହରତ୍ ବଜାରରେ ଇଟାଲୀ ପଛକୁ ଭାରତର ସ୍ଥାନ ହେଉଛି ଦ୍ୱିତୀୟ । ଉଦାହରଣ ସ୍ୱରୂପ ୧୯୮୯ ମସିହାରେ ଭାରତବର୍ଷରେ ୨୨୧.୫୦ ଟନ୍ ସୁନା ଗହଣା ଗଢିବା ନିମନ୍ତେ ଆବଶ୍ୟକ ହୋଇଥିବା ସ୍ଥଳେ ଇଟାଲୀ ସେହିବର୍ଷ ୩୪୫ଟନ୍ ସୁନାର ଗହଣା ଗଢିଥିଲା । ତାହାପଛକୁ ଜାପାନ ୧୧୨.୫୦ ଟନ୍, ଯୁକ୍ତରାଷ୍ଟ୍ର ଆମେରିକା ୧୦୮.୮୦ ଟନ୍ ଏବଂ ତାଇୱାନ୍ ୧୦୬ଟନ୍ ସୁନାର ଗହଣା ଗଢିଥିଲେ ।

    ଭାରତୀୟ ବଜାରରେ ହୀରା, ଜହରତ୍ ବିକ୍ରୟ କରିବା ସମୟରେ ବ୍ୟବସାୟୀମାନେ କେତେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କ୍ରେତା ଏବଂ ବିକ୍ରେତା ଦେଶ ତମାମ ଖେଳାଇ ହୋଇ ରହିଛନ୍ତି । ପ୍ରତ୍ୟେକ ରାଜ୍ୟର ଟିକସ ଢାଞ୍ଚା ସ୍ୱତନ୍ତ୍ର । ପଥରର ଦାମ୍ ବହୁତ ବେଶି ହୋଇଥିବାରୁ ଏବଂ ଭାରତୀୟ ବଜାରରେ ଅଲଗା ଅଲଗା ବିକ୍ରୟ ଟିକସ୍ ଢାଞ୍ଚା ଥିବାହେତୁ ଏହି ବ୍ୟବସାୟ ସବୁସ୍ଥାନରେ ଏତେଟା ପ୍ରତିଦ୍ୱନ୍ଦିତାମୂଳକ ନୂହେଁ ।  ଯଦି ଭାରତବର୍ଷରେ ହୀରା ଏବଂ ଜହରତ୍ ଉପରୁ ବିକ୍ରୟକର ସରକାର ଉଠାଇ ଦିଅନ୍ତି ତେବେ ସ୍ଥାନୀୟ ବଜାରରେ ବିଦେଶୀ ପର୍ଯ୍ୟଟକଙ୍କୁ ବ୍ୟବସାୟୀମାନେ ପଥର ଏବଂ ଗହଣା ବିକି ଭାରତ ପାଇଁ ପ୍ରଚୁର ବୈଦେଶିକ ମୁଦ୍ରା ଅର୍ଜ୍ଜନ କରିପାରନ୍ତେ । ଲୁଲୁ ପଥର ହୀରାର ମୂଲ୍ୟ ବିଷୟରେ ଜାଣିଗଲା ଏବଂ ଜହ୍ନମାମୁଁକୁ ପଚାରିଲା- ହୀରା ବହୁତ ମୂଲ୍ୟବାନ, ତେଣୁ ତାହାପାଇଁ ବ୍ୟବସାୟୀଙ୍କର ଚୋର ଭୟ ରହିବ  ।

ଜହ୍ନମାମୁଁ କହିଲେ-ଡକାୟତି ଆଶଙ୍କାରେ ହୀରା ବ୍ୟବସାୟୀ ତାହାର ଲକ୍ଷ ଲକ୍ଷ ବା କୋଟି କୋଟି ଟଙ୍କାର ମାଲକୁ କେତେ ଶୀଘ୍ର ବିକ୍ରୟ କରିଦେବ, ସେହି ଚିନ୍ତାରେ ଥାଏ । ଏ ଯୁଗରେ ଭାରତ ବର୍ଷରେ ହୋଇଥିôବା କେତେଗୁଡ଼ିଏ ବଡ଼ ବଡ଼ ହୀରା ଡକାୟତି ଏପର୍ଯ୍ୟନ୍ତ ଧରାପଡ଼ି ନାହିଁ ।

    ଭାରତୀୟ କାରୀଗରର ପଥର କାଟିବା ଏବଂ  ଗହଣା ଗଢିବାର ଚମକôାରୀତା ଭାରତୀୟ ବ୍ୟବସାୟୀକୁ ଆନ୍ତର୍ଜାତୀୟ ବଜାରରେ ପ୍ରତିଷ୍ଠା ଆଣିବାରେ ସାହାଯ୍ୟ କରିଛି । କିନ୍ତୁ ସମସ୍ୟା ହେଉଛି କାରୀଗର ଆନ୍ତର୍ଜାତୀୟ ବଜାରର ଅବସ୍ଥା ଏବଂ ଆବଶ୍ୟକତା ଠିକ୍ ଭାବରେ ଉପଲବ୍ଧô କରିପାରେ ନାହିଁ । ଏଥିପାଇଁ ଯଦି ଏକ ସୁଶୃଙ୍ଖଳିତ କମ୍ପାନୀ ଗଢା ଯାଆନ୍ତା ତେବେ କାରୀଗରମାନେ ଆନ୍ତର୍ଜାତୀୟ ବଜାରର ଆବଶ୍ୟକତାନୁଯାୟୀ କାମ କରନ୍ତେ ।

    ଭାରତବର୍ଷରେ ପ୍ରାୟ ୧୬,୦୦୦ ସୁନାଗହଣା ବ୍ୟବସାୟୀ ଏବଂ ୨୦ ଲକ୍ଷରୁ ଉର୍ଦ୍ଧ କାରୀଗର ଅଛନ୍ତି । ହୀରା କାଟିବା କାରୀଗରମାନେ କେବଳ ଗୁଜରାଟର ସୁରତ୍, ନଭସାରି ଏବଂ କାମ୍ବେରେ ଅଛନ୍ତି ।  ଓଡ଼ିଶାର ଗଂଜାମ ଜିଲ୍ଲାରୁ ବହୁତ ହୀରା କାରୀଗର ସୁରତରେ କାମ କରନ୍ତି । କେବଳ ହୀରା କାଟିବା ଭାରତ ବର୍ଷରେ ୧୦ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ନିଯୁକ୍ତି ଦେଇଥାଏ । ଜଣେ ସାଧାରଣ ହୀରା କାଟିବା କାରିଗର ମାସକୁ ପ୍ରାୟ ତିନି ହଜାରରୁ ଚାରି ହଜାର ଟଙ୍କା ରୋଜଗାର କରିଥାଏ । ଏହି କାମ କାରୀଗରର ବୃତ୍ତି ନୁହେଁ । ସେ ତାହାର କୌଳିକ ବୃତ୍ତି ଚାଷ ସାରିବା ପରେ ଯେଉଁ ଫୁରସତ୍ ସମୟ ପାଏ ସେହି ସମୟରେ ହୀରା କାଟି କିଛି ଅଧିକ ମୁଦ୍ରା ରୋଜଗାର କରେ । ହୀରା ବା ମୂଲ୍ୟବାନ ପଥର କାଟିବା ନିମନ୍ତେ ୧୪ବର୍ଷ ପରଠାରୁ ଶିକ୍ଷା ଦିଆଯାଇଥାଏ ।

    ଏହି ବ୍ୟବସାୟ ଏକ ଲାଭଜନକ ବ୍ୟବସାୟ ହୋଇଥିଲେ ମଧ୍ୟ ଯୁବକମାନଙ୍କୁ ହୀରା କାଟିବା ନିମନ୍ତେ ଉପଯୁକ୍ତ ଶିକ୍ଷା ଦିଆଯିବା ଉପରେ କାହାର ବିଶେଷ ଦୃଷ୍ଟି ଥିବା ଭଳି ମନେହୁଏ ନାହିଁ । ଏହା କେବଳ ଗୋଟିଏ ଗୋଟିଏ ପରିବାର ମଧ୍ୟରେ ସୀମିତ । ଏକ ପରିବାରରେ ପିତା କେବଳ ତାହାର ପୁତ୍ରମାନଙ୍କୁ ସେହି ପୁରୁଣାକାଳିଆ ନୀତି ଅନୁସାରେ ହୀରା କାଟିବା ଶିଖାଇଥାଏ । ଏହି ଯୁବ କାରୀଗରମାନଙ୍କର ପ୍ରଶିକ୍ଷଣ ବ୍ୟବସ୍ଥା ଆଧୁନିକ ବୈଜ୍ଞାନିକ ପଦ୍ଧତିରେ କରାଯାଇପାରିଲେ ଭାରତ ବର୍ଷ ଆନ୍ତର୍ଜାତିକ ବଜାରରେ ଅନ୍ୟ ଦେଶ ସହିତ ପ୍ରତିଦ୍ୱନ୍ଦିତା କରିପାରିବ ।

    ୧୯୬୩ ମସିହାରେ ଭାରତ ସରକାର ଯେଉଁ ସ୍ୱର୍ଣ୍ଣ ନିୟନ୍ତ୍ରଣ ଅଧିନିୟମ (ଏକ୍ଟକ୍ଷୟ ଜରଶଙ୍କକ୍ଷବଗ୍ଧସକ୍ଟଦ୍ଭ ଇମଗ୍ଧ.) ଜାରୀ କଲେ ତାହା ଏହି ହୀରା ଓ ଜହରତ୍ ବ୍ୟବସାୟକୁ ବିପରୀତ ଭାବେ ପ୍ରଭାବିତ କଲା । ଯେତେବେଳେ ୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଲା ସେତେବେଳେ ତୁମ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ସନ୍ତୋଷଜନକ ନଥିଲା । ଅସ୍ତ୍ରଶସ୍ତ୍ର ଖରିଦ୍ କରିବା ନିମନ୍ତେ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହେଲା । ସେହି ସମୟରେ ଥିବା ଭାରତର ଅର୍ଥ ମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇ ୧୯୬୩ ମସିହା ଜାନୁଆରୀ ୯ ତାରିଖରେ ଏକ ସ୍ୱତନ୍ତ୍ର ଅଧିନିୟମ ଜାରୀ କଲେ । ଏହି ଅଧିନିୟମ ଅନୁସାରେ ପ୍ରତ୍ୟେକ ଅଳଙ୍କାର ବ୍ୟବସାୟୀକୁ ନିଦେ୍ର୍ଧଶ ଦିଆଗଲା ଯେ ଏକ ମାସ ମଧ୍ୟରେ ବ୍ୟବସାୟୀ ତାହାର ସମସ୍ତ ଅଳଙ୍କାରକୁ ବିକ୍ରୟ କରିବ ନଚେତ୍ ଏକ ମାସ ପରେ ଅଳଙ୍କାରଗୁଡ଼ିକୁ ୧୪ କ୍ୟାରେଟ ସୁନାରେ ପରିବର୍ତ୍ତନ କରିବ । କାରୀଗରମାନଙ୍କୁ ସବୁ ପ୍ରକାର ଗହଣା ଗଢା କାମ ବନ୍ଦ ରଖିବା ପାଇଁ ନିଦେ୍ର୍ଧଶ ଦିଆଗଲା । ଫଳତଃ ପ୍ରାୟ ୨୦ ଲକ୍ଷ କାରୀଗର ସେମାନଙ୍କର କୌଳିକ ଧନ୍ଦାରେ ଯୋଗ ଦେଲେ । ବହୁ ପଥର ଏବଂ ଗହଣା ବେପାରୀ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଲେ । ଏହି ବ୍ୟବସାୟରେ ଦୀର୍ଘ ୨୭ବର୍ଷର ସ୍ଥାଣୁ ଅବସ୍ଥା ପରେ ୧୯୯୦ ମସିହାରେ ସରକାର ତ୍ରୁଟିପୂର୍ଣ୍ଣ ଅଧିନିୟମକୁ ହୃଦୟଙ୍ଗମ କରି ଏହାକୁ ଉଚ୍ଛେଦ କଲେ ।

    ଯେତେ ପ୍ରକାର ଅସୁବିଧା ମଧ୍ୟ ଏହି ବ୍ୟବସାୟ ମାଧ୍ୟମରେ ଭାରତବର୍ଷ କୋଟି କୋଟି ବୈଦେଶିକ ମୁଦ୍ରା ଅର୍ଜନ କରୁଛି । ଭାରତର ବୈଦେଶିକ ମୁଦ୍ରା ଅର୍ଜ୍ଜନ କ୍ଷେତ୍ରରେ ହୀରା କାଟିବା ପ୍ରତିଷ୍ଠାନ ଗୁଡ଼ିକରେ ସାହାଯ୍ୟ ଶୀର୍ଷରେ । ବିଶ୍ୱ ବଜାରରେ ଭାରତୀୟ ହୀରାର ପରିମାଣ ପ୍ରାୟ ଶତକଡ଼ା ୭୦ ଭାଗ ଏବଂ ହୀରା ବିକ୍ରୟ ଅର୍ଥର ପରିମାଣ ଶତକଡ଼ା ୪୦ ହେବ ।

    ହୀରା ବିକ୍ରୟ କ୍ଷେତ୍ରରେ ଅନ୍ୟାନ୍ୟ ଦେଶ ବିଶ୍ୱବଜାରରୁ ଭାରତ ସହିତ ସମକକ୍ଷ ହୋଇପାରିନାହାନ୍ତି । ୧୯୯୦ ମସିହାରେ ହୀରା କ୍ଷେତ୍ରରେ ଅବନତି ଘଟିଲା ଭାରତବର୍ଷର ୧୦୦ ଲକ୍ଷ କ୍ୟାରେଟ୍ ହୀରା ରପ୍ତାନୀର ଲକ୍ଷ ମାତ୍ର ୭୫ ଲକ୍ଷ ମଧ୍ୟରେ ସୀମିତ ରହିଲା । ୧୯୮୯ ମସିହାରେ ୧୦୮ ଲକ୍ଷ କ୍ୟାରେଟ୍ ହୀରା ରପ୍ତାନୀ ହୋଇଥିଲା । ୧୯୯୦ ମସିହାରେ ହୀରା ରପ୍ତାନୀ ହ୍ରାସ ପାଇବାର କାରଣ ହେଉଛି ଯୁକ୍ତରାଷ୍ଟ୍ର ଏବଂ ଜାପାନରେ ହୀରା ଚାହିଦା ହ୍ରାସ ହେବା । ଏହି ଦୁଇଟି ଦେଶ ହୀରା ଆମଦାନୀ କ୍ଷେତ୍ରରେ ଏକ ବଡ଼ ଭାଗ ନେଇଥାନ୍ତି ।

    ଭାରତୀୟ ହୀରା ବଜାର ପ୍ରାୟ ଏକ ବର୍ଷ ଧରି ଦୁର୍ଦ୍ଧିନ ମଧ୍ୟରେ ଗତି କରୁଛି  ।  ହୀରା ବଜାରର ଅବସ୍ଥା ଆହୁରି ଶୋଚନୀୟ ହୋଇଯିବାର ଆଶଙ୍କା କମ୍ ନୁହେଁ । ଅତୀତରେ କେବେହେଲେ ହୀରା ବ୍ୟବସାୟ ଏତେଦୂର ଦେବାଳିଆ ଅବସ୍ଥାରେ ପହଞ୍ଚô ନଥଲା । ହୀରା ବ୍ୟବସୟୀମାନଙ୍କର ଲାଭାଂଶ କମି ଆସୁଥିବା ବେଳେ ସଂମ୍ପୃକ୍ତ କର୍ମଚାରୀମାନେ ବେକାର ହୋଇଯାଇଛନ୍ତି । ଊର ଈରବକ୍ସଗ୍ଦ କମ୍ପାନୀ ପଞ୍ଚମରେ ମାର୍ଚ୍ଚ ୧୯୮୯ରେ ଏବଂ ପୁଣି ମାର୍ଚ୍ଚ ୧୯୮୦ରେ ଏହିପରି ଦୁଇଥର ହୀରାର ମୂଲ୍ୟରେ ଏକଚାଟିଆ ଭାବେ ପରିବର୍ତ୍ତନ ଆଣିବାରୁ ଭାରତୀୟ ହୀରା ଶିଳ୍ପକୁ ବଡ଼ ଧକ୍କା ପହଞ୍ଚôଥିଲା ।

    କିନ୍ତୁ ୧୯୯୨ ମସିହା ପରେ ଭାରତୀୟ ହୀରା ପୁଣି ଶିଳ୍ପ ପୁଣି ମୁଣ୍ଡ ଟେକିଉଠିଲା । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନର ସୁଦୃଢ ଅର୍ଥନୀତିର ପ୍ରଭାବରେ ଉକ୍ତ ଦେଶଗୁଡ଼ିକୁ ପୁଣି ହୀରା ରପ୍ତାନୀ ବଢି ଚାଲିଲା । ୧୯୯୩ରେ ଭାରତ ଆମେରୀକାକୁ କଟାଯାଇଥିବା ହୀରା ରପ୍ତାନୀ କ୍ଷେତ୍ରରେ ପୃଥିôବୀରେ ୨ୟ ସ୍ଥାନ ଅଧିକାର କରିଥିଲା । ପୂର୍ବରୁ ଏହି ସ୍ଥାନ ବେଲ୍ଜିୟମ ନେଇଥିଲା । 

    ଓଡିଶାର ମହାନଦୀ ଅବବାହିକାର ସୋନପୁର ଠାରୁ ବୌଦ ପର୍ଯ୍ୟନ୍ତ ଅଂଚଳ ଏବଂ ନୂଆପଡା ଜିଲ୍ଲାର କଲମିଦାଦର ଗାଁ ନିକଟବର୍ତ୍ତୀ ଅଂଚଳରୁ ଅଳ୍ପ ପରିମାଣର ହୀରା ଉପôାଦିତ ହୁଏ । 






Powered by Froala Editor

Tags diamond, boudh, mahanadi, cut, ruby

Related articles Miners Odisha

  • MINES AUCTION
    NATIONAL

    MINES AUCTION

    7790
    Oct 04, 2021
  • BUDGET ESTIMATION FOR GOLD,COPPER,PLATINUM,TANTALUM & NIOBIUM IN SOMALILAND
    INTERNATIONAL

    BUDGET ESTIMATION FOR GOLD,COPPER,PLATINUM,TANTALUM & NIOBIUM IN SOMALILAND

    12626
    Oct 06, 2021
  • ‘ହୀରା’
    ODISHA

    ‘ହୀରା’

    6145
    Oct 06, 2021
  • ଲୋହିତ ହୀରାର ଦେଶ
    INTERNATIONAL

    ଲୋହିତ ହୀରାର ଦେଶ

    11861
    Oct 06, 2021
  • Les Baux, the Home of Bauxite
    ODISHA

    Les Baux, the Home of Bauxite

    15578
    Oct 04, 2021
  • Why is India facing a coal shortage?
    INDUSTRY

    Why is India facing a coal shortage?

    8468
    Oct 01, 2021
  • IRON AND STEEL
    INDUSTRY

    IRON AND STEEL

    9439
    Oct 04, 2021

YOU MAY INTERESTED

  • ODISHA

    ‘ହୀରା’

    6145
    Oct 06, 2021
  • INDUSTRY

    IRON AND STEEL

    9439
    Oct 04, 2021
  • INDUSTRY

    Why is India facing a coal shortage?

    8468
    Oct 01, 2021

NATIONAL

  • MINES AUCTION

    7790
    Oct 04, 2021

ODISHA

‘ହୀରା’


‘ହୀରା’, ଏହି ଦୁଇଟି ଅକ୍ଷର ବିଶିଷ୍ଟ ଶଦ୍ଧଟିର ଯାଦୁକରୀ ଶକ୍ତି ଅନେକ । ଏହା ହେଉଛି ଅତି ଉନ୍ନତ ଏବଂ ଚମକôାରୀତାର ପ୍ରତୀକ । ଯେମିତି କି କଥାରେ କୁହନ୍ତି “ହୀରା ଭଳିଆ ଲୋକଟି”, ଅର୍ଥାତ ଲୋକଟିର ଗୁଣ ଅନ୍ୟ ସଭିଙ୍କଠାରୁ ଭଲ । ପୃଥିବୀରେ ମିଳୁଥିବା ଅସଂଖ୍ୟ ପ୍ରକାରର ପଥ ...

  • Les Baux, the Home of Bauxite

    15578
    Oct 04, 2021

INTERNATIONAL

  • ଲୋହିତ ହୀରାର ଦେଶ

    11861
    Oct 06, 2021
  • BUDGET ESTIMATION FOR GOLD,COPPER,PLATINUM,TANTALUM & NIOBIUM IN SOMALILAND

    12626
    Oct 06, 2021

INDUSTRY

IRON AND STEEL

Look into the industry

Powered by Froala Editor

...
  • Why is India facing a coal shortage?

    8468
    Oct 01, 2021
Miners Odisha

Minersodiisha is a fortnight electronic newspaper, which was launched in the year 2015. The news items included the mining and geology related news, research and development articles inside the state of Odisha as well as India and overseas countries.

  • HOT NEWS

  • IRON AND STEEL

    9439
    Oct 04, 2021
  • BUDGET ESTIMATION FOR GOLD,COPPER,PLATINUM,TANTALUM & NIOBIUM IN SOMALILAND

    12626
    Oct 06, 2021
  • MINES AUCTION

    7790
    Oct 04, 2021

Reach Us

  • Senapati Bhawan, Meria bazar,
    cuttack, odisha, india Pin : 753001
  • +91 9938102816
  • mksenapati2000@yahoo.co.in

Follow us

  • Home
  • Contact Us
  • About Us
© Copyright Miners Odisha. All rights reserved. in association with Konect.In