ଲୋହିତ ହୀରାର ଦେଶ

ଗୃହଯୁଧ୍ୟର ଏକ ଦୃଶ୍ୟ ମନେପଡିଗଲେ ଏବେ ମଧ୍ୟ ଲୋମ ଟାଙ୍କୁରୀ ଉଠେ I ମଣିଷମାନେ କେତେ ନୃଶଂସ ହୋଇପାରନ୍ତି I ଲାଇବେରିଆର ଶାସକ, ଟେଲର ଗୃହଯୁଧ୍ୟର ମୁଖ୍ୟ ଖଳନାୟକ ଥିଲେ I 2012 ମସିହାରେ ନେଦରଲାଣ୍ଡର ଦି ହେଗ ଠାରେ ଅବସ୍ଥିତ ଅନ୍ତର୍ଜାତୀୟ ବିଚାରାଳୟ ଟେଲରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି I
ଦିନକର କଥା କାବIଲା ସହରଠାରୁ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଡାଲାକୁରୁ ଗ୍ରାମକୁ ମୁଁ ଓ ମାର୍କରଭେଲି ଯାଇଥାଉ ହୀରା ପଥର ସନ୍ଧାନରେ I ଅଳ୍ପ ଜଙ୍ଗଲ ଘେରା ଏକ ପାର୍ବତ୍ୟ ଉପତ୍ୟକାରେ ଅବସ୍ଥିତ ଡାଲାକୁରୁ ଗାଁ I ଜନସଂଖ୍ୟା ପ୍ରାୟ ଏକ ହଜାର ହେବ I ଗାଁ ଚାରିପାଖେ ଅନେକ ଗୁଡିଏ ସ୍ଥାନରେ ଦଳ ଦଳ ହୋଇ ସ୍ତ୍ରୀ, ପୁରୁଷ ଛୋଟ ଛୋଟ ପିଲାଙ୍କୁ ଗଛ ଛାଇରେ ବସାଇ ହୀରା ପଥର ଖୋଳିବା ଓ ଧୋଇବା କାମରେ ଲାଗିଥାଆନ୍ତି I ପ୍ରାୟ ପଚାଶ ବର୍ଷ ତଳୁ ଏଠାରେ ହୀରା ପଥର ଖୋଳା କାମ ଆରମ୍ଭ ହୋଇଯାଇଥାଏI
ସେଠାରେ ଶତକଡା ଅନେଶ୍ୱତ ଲୋକେ ଅତି ଗରିବ ଶ୍ରେଣୀର ଏବଂ ଅଶିକ୍ଷିତ I ଗ୍ରାମବାସୀମାନେ ଏହି ହୀରା ବିକ୍ରୟ କରି ଯାହା କିଛି ରୋଜଗାର କରନ୍ତି I କିନ୍ତୁ ହୀରାର ମୂଲ୍ୟ ବିଷୟରେ ସେମାନଙ୍କର ଧାରଣା ନ ଥାଏ I ତେଣୁ ହୀରା ବିକିଲେ ମଧ୍ୟ ସ୍ଥାନୀୟ ଲୋକେ ଅତି ଦରିଦ୍ର ଥାଅନ୍ତି I
ମାର୍କରଭେଲି ତାହାର ପିଲାଦିନେ ପିଉସୀ ସହିତ ଏହି ଗ୍ରାମରେ ରହୁଥିଲା I ସ୍କୁଲରେ ପଢୁଥିଲା I ତାହାର ଅନେକ ସାଙ୍ଗ ଏହି ଗାଁରେ ଥାଆନ୍ତି I ସ୍କୁଲ ପଢ଼ିସାରିବା ପରେ ମାର୍କରଭେଲି କଲେଜ ଶିକ୍ଷା ନିମନ୍ତେ ଯାଇ କାବIଲା ସହରରେ ରହୁଥାଏ I କେବଳ ମୋତେ ସାହାଯ୍ୟ କରିବା ନିମନ୍ତେ କିଛି ଅର୍ଥ ବିନିମୟରେ ସେ ମୋ ସହିତ ତାହାର ମଟର ସାଇକେଲ ଧରି ଆସିଥାଏ I
ଡ଼ାଲIକୁରୁ ଗ୍ରାମରେ ପହଞ୍ଚିବା ପରେ ଜାଣିଲୁ ଯେ ତାହାର ପିଉସୀ, କୋଡିଏ କିଲୋମିଟର ଦୂରରେ ଥିବା ଜେଜେ ବାପାଙ୍କ ଘରକୁ ବୁଲିବାକୁ ଯାଇଛନ୍ତି I ମାର୍କରଭେଲି ମୋତେ କହିଲା,” ଚାଲନ୍ତୁ ଜେଜେବାପାଙ୍କ ଗାଁ ଅଧିକ ଦୂର ନୁହେଁ I ସେଠାକୁ ଯାଇ ରାତିରେ ରହିଯିବା I ସକାଳୁ ଆସି ଡ଼ାଲIକୁରୁ ଗାଁରେ ବହୁତ ଲୋକଙ୍କ ପାଖରେ ହୀରା ଅଛି ଦେଖିବା I”ଏହି ଗୃହ ଯୁଧ୍ୟ ସମୟରେ ହୀରା ଖରିଦଦାରମାନେ ମଧ୍ୟ ଭୟରେ ଏହି ଦେଶକୁ ଆସୁନାହାନ୍ତି I”ମୁଁ କହିଲି,” ଠିକ ଅଛି ଯିବା I”
ଦିନ ତିନିଟା ବାଜିଥାଏ I ମାର୍କରଭେଲି ମୋତେ ଡ଼ାଲIକୁରୁ ଗ୍ରାମରେ ଥିବା ତାହାର ଏକ ବନ୍ଧୁ ଘରକୁ ନେଇଗଲା I ସେଠାରେ ମାର୍କରଭେଲି ଭାତ ଖାଇନେଲା I ମୁଁ ସାଥିରେ ନେଇଥିବା ଲେବIନୀଯ ରୋଟି ଓ ଆମେରିକା ତିଆରି ବାମା ମାୟୋନିଜ ସସ ଖାଇନେଲି I ଖାଇସାରିବା ପରେ ମୋଟର ସାଇକେଲରେ ମାର୍କରଭେଲି ଓ ମୁଁ ମୁଷାୟI ଗ୍ରାମ ଅଭିମୁଖେ ବାହାରି ପଡ଼ିଲୁ I
ରାସ୍ତା ବହୁତ ଖରାପ ହୋଇଥାଏ I କୋଡିଏ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦୁଇଘଣ୍ଟା ସମୟ ଲାଗିଗଲା I ମୁଷାୟI ଗ୍ରାମରେ ପହଞ୍ଚିଗଲୁ I ଗ୍ରାମରେ ଦୁଇ ଧାଡି ଘର I ଘର ଗୁଡିକର କାନ୍ଥ, ମୋଟା କାଠ ପଟା ଦ୍ୱାରା ତିଆରି ଓ ଛାତ ଟିଣ ନିର୍ମିତ I ଚଟାଣ, ସିମେଣ୍ଟ ତିଆରି I ସବୁ ଘର ସାମନାରେ ଚଉଡା ପିଣ୍ଡା ଥାଏ I କିଏ କିଏ ପିଣ୍ଡାରେ କାଠ ଚୌକୀ ପକାଇ ବସିଥାଆନ୍ତି ତ ଆଉ କେଉଁ ପିଣ୍ଡାରେ କାଠ କୋଇଲାର ଚୁଲାରେ ସ୍ତ୍ରୀ ଲୋକଟିଏ ତାହାର ପିଠି ପାଖେ କନା ଦ୍ୱାରା ନିଜର ଛୋଟ ପିଲାଟିକୁ ବାନ୍ଧି ରୋଷାଇ କରୁଥାଏ I ଅଥବା କେଉଁ ପିଣ୍ଡାରେ ସ୍ତ୍ରୀ ଲୋକଟିଏ ନିଜର ପିଲାକୁ ଖୋଲା ଖୋଲି ଭାବେ ସ୍ତନ୍ୟ ପାନ କରାଉଥାଏ I ଗାଁ ମଝିରେ ଛୋଟ ବଜାର ଟିଏ I ବେକାର ଯୁବକ ,ଯୁବତୀଙ୍କର ଭିଡ଼ ସେଠାରେ I ସେମିତି ବିଶେଷ କିଛି ଜିନିଷ ବଜାରରେ ବିକ୍ରୟ ହେଉ ନଥାଏ I କିନ୍ତୁ, ସବୁ ଯୁବ ବିକାଳୀ କିଛି ନା କିଛି ଜିନିଷ ଧରି ବଜାରରେ ବିକ୍ରି କରିବା ନିମନ୍ତେ ବୁଲୁ ଥାଆନ୍ତି I ଏହି ବିକାଳୀମାନେ ପ୍ରାୟତଃ ଲୁଗାପଟା ,ଜୋତା ,ଚପଲ ,ପାଉଁରୋଟି ଓ ଅନ୍ୟାନ୍ୟ ଘର ତିଆରି ମିଠାଇ ଧରି ବୁଲୁ ଥାଆନ୍ତି I ଲୁଗାଗୁଡିକ ମନେ ହେଉଥାଏ ଇଉରୋପୀୟ ଦେଶ ଲୋକଙ୍କର ବ୍ୟବହାର୍ଯ୍ୟ ଲୁଗା ଅର୍ଥାତ second hand I
ବଜାର ନିକଟରେ ଗୋଟିଏ ଦୁଇ ବଖୁରିଆ ଘର ସାମନାରେ ମାର୍କରଭେଲି ମଟର ସାଇକେଇ ଅଟକାଇଲା I ଘର ପିଣ୍ଡାରେ କିଛି ମଳିଛିଅI କପଡା ଝୁଲୁ ଥାଏ I ଗୋଟିଏ ସିଲାଇ ମେସିନରେ ବସି ପ୍ରାୟ ପଚାଶ ବର୍ଷ ବୟସ୍କ ପତଳା କଲା ଲୋକଟିଏ କିଛି କପଡା ସିଲାଉଥାନ୍ତି I ବୋଧହୁଏ ଏହି ଲୋକଟି ମାର୍କରଭେଲିର ଜେଜେ ବାପା ହେବ I ମୋଟରସାଇକେଲ ରଖି ମାର୍କରଭେଲି ନିଜର ଡାହାଣ ଜଙ୍ଘ ଉପରେ ଦୁଇ ପାପୁଲି ଯୋଡିକରି ରଖି ( ଏହା ବଡ଼ମାନଙ୍କୁ ସମ୍ମାନ ଦେବା ପଦ୍ଧତି ) କହିଲା ,"ଆଲାମI କେନ୍ଦେକି " ( ଶୁଭ ସନ୍ଧ୍ୟା ) I
ଜେଜେ ଖୁସି ହୋଇ ପାଟି କରି କହିଲେ ,"ଓଃ , କାମିନେ "( ଆରେ ପୁଅ )I ମାର୍କରଭେଲି ମୋ ପାଖକୁ ଆସି କହିଲା ,"ଇଏ ହେଉଛନ୍ତି ମୋହର ଜେଜେ , ବାଁଦୁକାକାବୁ I”ମୁଁ ତାହାଙ୍କ ନିକଟକୁ ଯାଇ ହାତ ମିଳାଇ ପଚାରିଲି,” କେମିତି ଅଛନ୍ତି” , ସେ ମଧ୍ୟ ମୋତେ ପଚାରିଲେ କେମିତି ଅଛନ୍ତି I ମାର୍କରଭେଲି ତାହାର ଜେଜେଙ୍କୁ କହିଲା ଯେ ସେମାନେ ଦୁଇ ଜଣ ରାତିରେ ସେଠାରେ ରହିବେ I ଜେଜେ କହିଲେ," କିଛି ଅସୁବିଧା ହେବ ନାହିଁ I"
ଘର ଭିତରୁ ମାର୍କରଭେଲିର , ପିଉସୀ ଓ ପିଉସୀଙ୍କ ଝିଅ ବାହାରକୁ ଚାଲିଆସିଲେ ଆମକୁ ଦେଖିବା ପାଇଁ I ଖୁସିରେ ପିଉସୀ ମାର୍କରଭେଲିର ହାତକୁ ଆଉଁସି ପକାଇଲେ କହିଲେ ," ତୁ ଯେ ସୁସିର ଫୁରି ( ବାହାଘର ) ବେଳେ ଯାହା ଆସିଥିଲୁ ମୁସାୟାକୁ I ଆଉ ଦେଖାନାହିଁI " ସୁସି ହେଉଛି ତାହାର ପିଉସୀଙ୍କ ଝିଅ I ବେଶ ଉଚ୍ଚା , ପ୍ରାୟ ଛଅ ଫୁଟ ହେବ I ଅତି ବଡ଼ ନିତମ୍ବ I ଅତି କଳା ରଙ୍ଗର ହେଲେ ମଧ୍ୟ ଆକର୍ଷଣୀୟ ଚେହେରା ସୁସିର I ସୁସିର ପେଟ ଉଚ୍ଚା ଦେଖାଯାଉଥାଏ I ବୋଧହୁଏ ଗର୍ଭବତୀ ଥାଏ I
ରାତିରେ ମୋତେ ପେଜ ଗଳା ଭାତ ସହିତ ବୁଙ୍ଗି ମାଛର ଭଜା ଖାଇବାକୁ ଦେଲେ I ରାତି ଆଠଟା ବେଳକୁ ଅନ୍ଧାର ହୋଇଆସିଲା I ସବୁ ଲୋକ ଅନ୍ଧାର ପୂର୍ବରୁ ଖାଇ ନିଅନ୍ତି I ବିଜୁଳି ଏହିସବୁ ଗ୍ରାମକୁ ଆସିନଥାଏ I ଖାଇସାରିବା ପରେ ସଭିଏଁ ଘର ଭିତରେ ବସି ସେମାନଙ୍କର କୋରIଙ୍କ ଭାଷାରେ ଗପ ସପ ହୋଇ ଖୁବ ଯୋରରେ ହସୁ ଥାଅନ୍ତି I ଆଫ୍ରିକୀୟ ସ୍ତ୍ରୀଲୋକମାନେ ଖୁବ ଆମୋଦ ପ୍ରମୋଦ ପ୍ରିୟ ଓ କଥା କଥାକେ ବଡ଼ ପାଟିରେ ହସି ଉଠନ୍ତି I ମୁଁ ସେସବୁ କଥା ବୁଝି ପାରୁନଥାଏ I ତେଣୁ ପିଣ୍ଡାରେ ଗୋଟେ ଚୌକିରେ ବସି ଆଗାମୀ ଦିନର ଯୋଜନା ବିଷୟରେ ଭାବୁଥାଏ I ନିର୍ମଳ ଆକାଶକୁ ଚାହିଁ ଦେଖୁଥାଏ କାରେ ( ଜନ୍ହ ) ଓ ଲୁଲିଙ୍କର (ତାରା ) ଅପୂର୍ବ ସମ୍ଭାର I ଫୋନେଏ ( ଶୀତଳ ସମୀରଣ ) ଦେହରେ ବାଜି ଆଖିରେ ନିଦ ଭରି ଦେଉଥାଏ I
ରାତି ପ୍ରାୟ ନଅଟା ବେଳକୁ ବଂIଦୂକାକାବୁ ଆସି ଆଦରର ସହିତ ମୋତେ ଘର ଭିତରକୁ ଡ଼ାକିନେଲେ I ଘରେ ଦୁଇଟା କୋଠରୀ I ତଳ ଚଟାଣ କାଠ ନିର୍ମିତ I କୋଠରୀଗୁଡିକ ମଧ୍ୟ ଖୁବ ଛୋଟ ଛୋଟ I କୋଠରୀ ମଧ୍ୟରେ ଦୁଇଟା ଖଟ ପଡିଥାଏ , ତାହା ଉପରେ ଶେଯ I ମାର୍କରଭେଲି ମୋତେ କହିଲା ,"ଆପଣ ଏଠାରେ ଶୋଇପଡ଼ନ୍ତୁ I ଜେଜେ ମଧ୍ୟ ଏହି କୋଠରୀରେ ଶୋଇ ପଡିବେ I ନିକଟବର୍ତ୍ତି ଏକ ଗାଁରେ ମୋହର ଜଣେ ବନ୍ଧୁଙ୍କ ଘର I ସେଠାରେ ମଧ୍ୟ ଲୋକେ ହୀରା ଖୋଳା ଖୋଳି କରନ୍ତି I ମୁଁ ସେଠାକୁ ଯାଉଛି I ରାତିରେ ସେଠାରେ ରହିଯିବି I ହୀରା ବିଷୟରେ ସନ୍ଧାନ ନେଇ ସକାଳୁ ଆସିଯିବିI” ମୁଁ କହିଲି ,"ଠିକ ଅଛି ତୁମେ ଯାଇପାର I " ମାର୍କରଭେଲି ମଟରସାଇକେଲ ଧରି ଅନ୍ଧାରରେ ବାହାରିଗଲା I
ସମୟ ପ୍ରାୟ ରାତି ଦୁଇଟା I କବାଟ ଫାଙ୍କରେ ଜନ୍ହ ଆଲୁଅ କିଛି କୋଠରୀ ଭିତରେ ପଡୁଛି I ହଠାତ ନିଦ ଭାଙ୍ଗିଗଲା I ଘର ବାହାରେ ବହୁତଗୁଡିଏ ସ୍ତ୍ରୀଲୋକ ଓ ପୁରୁଷ ଲୋକଙ୍କର ଆର୍ତ୍ତ ଚିତ୍କାର ସହିତ ବନ୍ଧୁକ ଚାଲିବାର ଶବ୍ଦ ଶୁଭୁଥାଏ I ବଂIଦୂକାକାବୁ ଓ ମୁଁ ଉଭୟ ଆଶ୍ଚର୍ଯ୍ୟ ହୋଇ ଖଟ ଉପରେ ବସିପଡିଲୁ I ମୁଁ ଠଉରାଇ ନେଲି ଯେ RUF ବିପ୍ଲବୀମାନେ ଏହି ଗ୍ରାମ ଉପରେ ଆକ୍ରମଣ କରିଛନ୍ତି I ଶୁଣିଥିଲି ବିପ୍ଲବୀମାନେ ଅତି ନୃଶଂସ I ମନ ଭିତରେ କିଛିଟା ଭୟ ମଧ୍ୟ ଆସିଗଲା I ପଳାୟନର ଉପାୟ ମଧ୍ୟ ନାହିଁ I ବିପ୍ଲବୀମାନେ ଦିନ ତମାମ ଜଙ୍ଗଲ ମଧ୍ୟରେ ଲୁଚି ରହିଥାଆନ୍ତି I ରାତି ହେବାପରେ ଜଙ୍ଗଲ ଓ ଲମ୍ବ ଶାଭାନା ଘାସ ମଧ୍ୟରେ ଲୁଚି ଛପି ଆସି ଗାଁମାନଙ୍କ ଉପରେ ଆକ୍ରମଣ କରିଥାଆନ୍ତି I ଗ୍ରାମକୁ ଚାରିପଟୁ ଘେରାଉ କରି ରଖନ୍ତି I ଯେମିତି କି କେହି ଜଣେ ହେଲେ ଖସି ଯାଇପାରିବ ନାହିଁ I ଗ୍ରାମ ମଧ୍ୟକୁ କିଛି ସଶସ୍ତ୍ର ବିପ୍ଲବୀ ,ଲାଇବେରିଆ ସୈନ୍ୟଙ୍କ ସହିତ ପ୍ରବେଶ କରନ୍ତି ଏବଂ ଆଖିବୁଜା ପିଲାଠୁ ବୁଢା, ବୁଢ଼ୀ ପର୍ଯ୍ୟନ୍ତ, ସମସ୍ତଙ୍କୁ ହତ୍ୟା କରନ୍ତି I ଗ୍ରାମ ଭିତରୁ ଯିଏ ଅନ୍ଧାରରେ ଜଙ୍ଗଲକୁ ପଳାଇବାକୁ ଉଦ୍ୟମ କରେ, ତାହାକୁ ଗ୍ରାମ ଚାରିପାଖେ ଲୁଚି ରହିଥିବା ବିପ୍ଲବୀମାନେ ହତ୍ୟା କରନ୍ତି I ବଂIଦୂକାକାବୁ ଭୟଭୀତ ହୋଇ ଫୁସ ଫୁସ ସ୍ୱରରେ ମୋତେ କହିଲେ,"ପାଟି ନ କରି ଟର୍ଚ୍ଚ ନ ଜଳାଇ ଚୁପ ଚାପ ରୁହ I " ପାଖ କୋଠରୀରେ ଶୋଇଥିବା ଭଉଣୀ ଓ ଝିଆରୀଙ୍କୁ ମଧ୍ୟ ସମାନ ଉପଦେଶ ଦେଲେ I ମୋହର ଦମ୍ଭ ଥାଏ ଯେ, ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟଙ୍କୁ ବିପ୍ଲବୀମାନେ ହତ୍ୟା କରିନାହାନ୍ତି I ଏ ଖବର ଫ୍ରିଟାଉନରେ ପହଞ୍ଚିବା ପରେ ଜାତିସଙ୍ଘ ତରଫରୁ ନିୟୋଜିତ ଭାରତୀୟ ଶାନ୍ତି ରକ୍ଷାକାରୀ ବଙ୍ଗାଳି ସୈନ୍ୟଙ୍କଠାରୁ ସଂଗ୍ରହ କରିଥିଲି I
କିଛି ବିପ୍ଲବୀ, କବାଟ ଖୁବ ଜୋରରେ ବାଡେ଼ଇଲେ I ବଂIଦୂକାକାବୁ କିଛି ଉତ୍ତର ନ ଦେଇ ଚୁପ ଚାପ ରହିଲେ I ବିପ୍ଲବୀମାନେ କବାଟ ବାଡେଇ ଇଂରାଜୀରେ ଚିତ୍କାର କରୁ ଥାଆନ୍ତି ,"ବଦମାସ କବାଟ ଫିଟା I" କାଠ କବାଟ ବହୁତ ମୋଟା ଓ ମଜବୁତ ଥିଲା I ତେଣୁ ବିପ୍ଲବୀମାନେ କବାଟ ଭାଙ୍ଗି ନ ପାରି ସେଠାରୁ ଚାଲିଗଲେ I ମୁଁ ଭାବିଚିନ୍ତି ଠିକ କରିଥାଏ, ବିପ୍ଲବୀମାନଙ୍କୁ କଣ ଉତ୍ତର ଦେବି I ଭଗବାନ ଭରସା I ବାକି ଥିବା ରାତି ତମାମ ଲୋକଙ୍କର ଚିତ୍କାର ଓ ଗୁଳି ଶବ୍ଦ ଶୁଣୁଥାଉ I
ସକାଳ ସାତଟା ବେଳକୁ ଫର୍ଚ୍ଚା ହୋଇଆସିଲା I ବିପ୍ଲବୀମାନେ ପୁଣି ବଂIଦୂକାକାବୁ ଘରକୁ ଆସିଲେ I ଖୁବ ଯୋରରେ କବାଟ ବାଡେଇ ଭିତରେ ଥିବା ଲୋକଙ୍କୁ ବାହାରକୁ ଆସିବା ପାଇଁ କହିଲେ I ବଂIଦୂକାକାବୁ ଭୟରେ ଜଡ଼ ପ୍ରାୟ ପାଲଟି ଯାଇ ଥାଆନ୍ତି I କାଠ ପଟା ଯୋଡ଼ା କାନ୍ଥ ଫାଙ୍କରେ ଦେଖିଲି, ପିଣ୍ଡାରେ AK47 ବନ୍ଧୁକ ଧରି ସୈନିକ ପୋଷାକରେ ଜଣେ ଦୀର୍ଘକାୟ କଳା ଲୋକ ଠିଆ ହୋଇଛି I ବୋଧହୁଏ ଲାଇବେରିଆ ସୈନ୍ୟ ଓ ହାତରେ ବଡ଼ ବଡ଼ ଗାଡି ସ୍ପ୍ରିଙ୍ଗ ପାତ ତିଆରି ଖଣ୍ଡା ଧରି ଚାରି ଜଣ କଳା ଟୋକା ଠିଆ ହୋଇଛନ୍ତି I
ପ୍ରଥମେ ସେମାନେ ପାଖ କୋଠରୀର କବାଟ ଭାଙ୍ଗି ବଂIଦୂକାକାବୁଙ୍କର ଭଉଣୀ ଓ ଝିଆରୀଙ୍କୁ ବାହାରକୁ ଟାଣିନେଲେ I ସେମାନେ ଭୟରେ ଥରୁ ଥାଆନ୍ତି I ସୈନ୍ୟଜଣଙ୍କ ସେମାନଙ୍କୁ ବନ୍ଧୁକ ଦେଖାଇ ତଳେ ବସିବାକୁ ହୁକୁମ ଦେଉଥାଏ I ଏହାପରେ ସେମାନେ ଆମ କୋଠରୀର କବାଟ ଭାଙ୍ଗି ଦେଲେ I ବଂIଦୂକାକାବୁଙ୍କୁ ଟାଣିନେଇ ପିଣ୍ଡାରେ କଚାଡି ଦେଲେ I ସମସ୍ତେ ସେମାନଙ୍କୁ ନେହୁରା ହେଉ ଥାଆନ୍ତି, ଜୀବନରେ ନ ମାରିବା ପାଇଁ I
ମୋତେ ଜଣେ ବିଦେଶୀ ଲୋକ ବୋଲି ଚିନ୍ହି ପାରିଲେ I ସୈନ୍ୟଜଣଙ୍କ ମୋତେ ବନ୍ଧୁକ ଦେଖାଇ ଧମକ ସ୍ୱରରେ ଇଂରାଜୀରେ ପଚାରିଲା ,"ଏଠାରେ କାହିଁକି ରହିଛ I କେଉଁ ଦେଶର ଲୋକ ?"ମୁଁ ଇଂରାଜୀରେ ଉତ୍ତର ଦେଲି ,"ମୁଁ ଜଣେ ଭାରତୀୟ ଭୂତତ୍ଵବିତ I ଲାଇବେରିଆର ଲାମକୋ କଂପାନୀ ତରଫରୁ ଆସିଥିଲି ଏହି ଅଞ୍ଚଳରେ ଲୁହା ପଥର ସନ୍ଧାନ କରିବା ପାଇଁ I ଜଙ୍ଗଲରେ ବାଟ ଭୁଲି ରାତି ହୋଇଯିବାରୁ ଏଠାରେ ରହିଯାଇଛି I କମ୍ପାନୀ ଗାଡି ମୋ ପାଇଁ କାବIଲା ସହରରେ ଅପେକ୍ଷା କରିଥିବ I" ଏ କଥା ମୁଁ ମିଛରେ କହିପକାଇଲି I ଯେ କେହି ସାମ୍ନାରେ ମୃତ୍ୟୁକୁ ଦେଖିଲେ ସାହସୀ ହୋଇଯିବ I ମୋ କ୍ଷେତ୍ରରେ ତାହାହିଁ ହେଲା I
ମୋହର ଉତ୍ତର ଶୁଣିବା ପରେ ସୈନିକ, ତଳେ ପଡିଥିବା ବଂIଦୂକାକାବୁଙ୍କ ମୁହଁରେ ଗୋଇଠା ମାରି ମୋ ବିଷୟରେ ପୁଣି ଅନୁସନ୍ଧାନ କରିଲା I ଶେଷରେ କ୍ରୋଧାନ୍ୱିତ ହୋଇ ବନ୍ଧୁକ ଦେଖାଇ ମୋତେ କହିଲା ,"ଚୁପ କରି କୋଠରୀ ଭିତରେ ରୁହ I ନଚେତ ଗୁଳି କରି ମାରିଦେବି I " ମୁଁ କୋଠରୀ ଭିତରକୁ ଚାଲିଗଲି I ସେମାନେ ଭଙ୍ଗା କବାଟକୁ କୋଠରୀ ଦ୍ୱାରରେ ଲଦି ଦେଲେ I କାନ୍ଥ ଫାଙ୍କରେ ଆଖି ଲଗାଇ ମୁଁ ସବୁ ଦେଖୁଥାଏ I
ସୈନ୍ୟ ଜଣଙ୍କ କ୍ରୋଧରେ ବଂIଦୂକାକାବୁଙ୍କୁ ଜୋତାରେ ଗୋଇଠା ମାରି ଚାଲୁଥାଏ ଏବଂ ପଚାରୁଥାଏ ଯେ , ରାତିରେ କାହିଁକି କବାଟ ଫିଟାଇଲା ନାହିଁ I ଯନ୍ତ୍ରଣାରେ ବଂIଦୂକାକାବୁ ତଳେ ଗଡ଼ୁଥାନ୍ତି I ଏହି ସମୟରେ ଦେଖିଲି ପ୍ରାୟ ଦଶଜଣ ବନ୍ଧୁକଧାରୀ ସୈନ୍ୟ ଓ କୋଡିଏ ପ୍ରାୟ ସାଧା ପୋଷାକ ଧାରି ବିପ୍ଲବୀ ,ହାତରେ ଖଣ୍ଡା ବା .12 ବୋର ବନ୍ଧୁକ ଧରି ଗାଁ ଦାଣ୍ଡରେ ଏକ ସ୍ତ୍ରୀ ଲୋକ ପଛରେ ଶୋଭାଯାତ୍ରା କରିବା ପରି ଚାଲିଛନ୍ତି I ସ୍ତ୍ରୀ ଲୋକଟି ମୁଣ୍ଡରେ ଏକ ପଟା ଉପରେ ଗୋଟିଏ କଟା ମୁଣ୍ଡ ଥୋଇ ଚାଲୁଥାଏ I ଏହାକୁ ବିପ୍ଲବୀମାନେ ବୁଲାଇ ବୁଲାଇ ଗ୍ରାମ ବାସିମାନଙ୍କୁ ଦେଖାଉଥାଆନ୍ତି, ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନିମନ୍ତେ I ପରେ ମାର୍କରଭେଲିଠାରୁ ଜାଣିବାକୁ ପାଇଲି ଯେ କଟା ମୁଣ୍ଡଟି ଥିଲା ଗାଁ ମୁଖିଆଙ୍କର ଏବଂ ତାହାକୁ ମୁଣ୍ଡାଇ କରି ଚାଲୁଥିବା ସ୍ତ୍ରୀ ଲୋକଟି ଥିଲା ମୁଖିଆଙ୍କର ପତ୍ନୀ I
ଘର ସାମନାରେ ସମସ୍ତେ ଅଟକିଗଲେ I ବିପ୍ଲବୀ ଦଳର ସର୍ଦାର ବଂIଦୂକାକାବୁଙ୍କୁ ଶକ୍ତ ଏକ ଗୋଇଠା ମାରି ତାହାର ଝିଆରୀ ସୁସିକୁ ଦେଖି ହଠାତ ରହିଗଲା I ଜଣେ ବିପ୍ଲବୀ ସର୍ଦାର ପାଖକୁ ଯାଇ କହିଲା ,"ସୁମ୍ବୁରୀନିମା "(ସୁନ୍ଦରୀ ଝିଅ )I ସେହି ବିପ୍ଲବୀ, ବଂIଦୂକାକାବୁ ନିକଟକୁ ଯାଇ ପଚାରିଲା ,"ସୁମ୍ବୁର ମେନସେ ?" ( ତୁମର ଝିଅ ) ତାହାପରେ ବିପ୍ଲବୀ ସର୍ଦାର ନିକଟକୁ ଯାଇ କହିଲା ,"ଗର୍ଭବତୀ ହେଉଛି କେମୋ (ବୁଢା ) ଝିଆରୀ I ସର୍ଦାର ସୁସି ନିକଟକୁ ଯାଇ ତାହାର ବୁର୍ରହେ (ପିନ୍ଧା ଲୁଗା ) ସର୍ବ ସମ୍ମୁଖରେ ଛୁରୀରେ କାଟି ସମ୍ପୂର୍ଣ ଉଲଗ୍ନ କରିଦେଲା I ତାହା ପରେ ସୁସିକୁ ତାହାର ମା ଓ ଅନ୍ୟମାନଙ୍କ ସାମନାରେ ଧର୍ଷଣ କରିଲା I ଏହା ପରେ ଜଣଙ୍କ ପରେ ଜଣେ ପାଞ୍ଚ ଜଣ ସୈନିକ ସୁସିକୁ ଧର୍ଷଣ କରିଲେ I ସୁସି ଗାଁ ରାସ୍ତାରେ ଅଚେତ ହୋଇ ପଡିଥାଏ I
ଏହା ପରେ ସୈନ୍ୟମାନେ ବସି ସିଗାରେଟ ଟାଣିଲେ I ଜଣେ ସୈନିକ ସୁସିର ପେଟକୁ ଚିପି କହିଲା ଯେ, ଏହାର ପେଟରେ ଗୋଟିଏ ପୁଅ ଅଛି I ସର୍ଦାର ଜଣେ ବିପ୍ଳବୀଙ୍କୁ ଡାକି କହିଲା ," ଦେଖିଲୁ ତା ପେଟରେ ପୁଅ ନା ଝିଅ ଅଛି I" ବିପ୍ଲବୀ ହାତରେ ଏକ ତୀକ୍ଷଣ ଛୁରୀ ଦ୍ୱାରା ସୁସିର ପେଟକୁ ଚିରି ଏକ ରକ୍ତାକ୍ତ ପିନଦୁଲା କାଢି ଦୁରକୁ ଫିଙ୍ଗି ଦେଇ କହିଲା ,"ଝିଅ ଥିଲା I"
ତାହା ପରେ ସର୍ଦାର ବିପ୍ଲବୀମାନଙ୍କୁ ହୁକୁମ ଦେଲା କେମୋ ( ବୁଢା ,ବଂIଦୂକାକାବୁ ) କୁ ନେଇ ତାହାର ସିଲାଇ ଟେବୁଲ ଉପରେ ଶୁଆଇ ଦିଅ I ବଂIଦୂକାକାବୁ ଯନ୍ତ୍ରଣାରେ ଛାଟିପିଟି ହେଉ ଥାଆନ୍ତି I ଦୁଇ ଜଣ ବିପ୍ଲବୀ ବଂIଦୂକାକାବୁଙ୍କର ହାତ ଦୁଇଟିକୁ ଟେବୁଲ ଉପରେ ମାଡି ବସିଥାଆନ୍ତି Iସର୍ଦାର ଏକ ବଡ଼ ଖଣ୍ଡା ନେଇ ବଂIଦୂକାକାବୁଙ୍କର ଡାହାଣ ଗୋଡ଼ ଆଣ୍ଠୁ ଉପରେ ଏକ ଚୋଟ ଦେଲା I ଗୋଟିଏ ଚୋଟରେ ଆଣ୍ଠୁ ପାଖରୁ ଗୋଡ଼ କଟି ରାସ୍ତାରେ ଯାଇ ପଡିଲା I ଚିତ୍କାର କରି ବଂIଦୂକାକାବୁ ରକ୍ତ ଜୁଡୁ ବୁଡୁ ହୋଇ ବେହୋସ ହୋଇଗଲେ I
Powered by Froala Editor